ବାପା ଗଣିଲେ ପୁଲିସ ଝିଅ କାନ୍ଧରେ ଲାଗିଥିବା ତାରା !

ମଣିପୁର: ଆମ ସମାଜରେ ପୁଅ ଝିଅଙ୍କ ମଧ୍ୟରେ ଅନେକ ପ୍ରଭେଦ କରାଯାଏ । ଝିଅମାନଙ୍କ ଚାଲିଚଳଣୀରେ ଆଗରୁ ଅନେକ ପ୍ରତିବନ୍ଧକ ଥିଲା । ଯାହା ସମୟକ୍ରମେ ଟିକେ ପରିବର୍ତ୍ତନ ହୋଇଛି । ଏବେ ସରକାରୀ ଓ ସାମାଜିକ ସ୍ଥରରେ ଝିଅମାନଙ୍କୁ ପୁଅଙ୍କ ପରି ସମାନ ଅଧିକାର ମିଳୁଛି । ତେଣୁ ଝିଅମାନେ ଅନେକ ଉଚ୍ଚ ପଦବୀରେ ରହି ପାରୁଛନ୍ତି । ଯେତେବେଳେ ଝିଅଟିଏ ବଡ଼ ପଦବୀରେ ବସେ ସେତେବେଳେ ବାପା ମା’ଙ୍କ ଛାତି ଗର୍ବରେ ଫାଟି ପଡେ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଏବେ । ସୋସିଆଲ ମିଡ଼ିଆର ଏକ ଭାଇରାଲ ଫଟୋରେ ଜଣେ ବାପାଙ୍କ ଆଖିରେ ତାଙ୍କ ଝିଅର ସଫଳତା ପାଇଁ ଗର୍ବ ବରାବର ଦେଖିବାକୁ ମିଳିଛି ଏହି ଫଟୋରେ ।

  • ଜାଣନ୍ତୁ କିଏ ସେ ଝିଅ

ମଣିପୁର ପୋଲିସର ଆଡିସନାଲ ଏସ.ପି ରତ୍ନା ନଗେସ୍ପମ (Rattana Ngaseppam) । ଡ୍ୟୁଟିରେ ଦବଙ୍ଗ । ଅନ୍ୟ ପୁରୁଷ ଅଧିକାରୀଙ୍କ ସହ ତାଳ ମିଳାଇ ନିଜ କର୍ତ୍ତବ୍ୟ ସମ୍ପାଦନ କରନ୍ତି । ଏବେ ତାଙ୍କର ତାଙ୍କ ବାପାଙ୍କ ସହ ଏକ ଫଟୋ ଚର୍ଚ୍ଚାର ପରିସରକୁ ଆସିଛି ।

ଫଟୋରେ ନଗେସ୍ପମଙ୍କୁ ଦେଖିବାକୁ ମିଳିଛି ଖକି ବର୍ଦ୍ଦିରେ । ଏବଂ ଏକ ଭାବବିହ୍ଵଳ ମୁହୂର୍ତ୍ତରେ ନଗେସ୍ପମଙ୍କ ପିତା ତାଙ୍କ ପୁଲିସ ଝିଅର କାନ୍ଧରେ ଲାଗିଥିବା ବ୍ୟାଚର ତାରା (star)କୁ ଗଣୁଛନ୍ତି । ଆଉ ଆଡିସନାଲ ଏସ.ପି ସାହେବା ବାପାଙ୍କ ଖୁସିକୁ ଦେଖି ତାଙ୍କ ବାପାଙ୍କ ମୁଁହକୁ ଚାହିଁ ରହିଛନ୍ତି । ବାପା ଝିଅଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ଅନେକ ଲାଇକ ଓ କମେଣ୍ଟ ମିଳୁଛି । କିଏ ବାପାଙ୍କ ଲାଳନପାଳନ କଥା କହୁଛନ୍ତି ତ କିଏ ନାରୀ ସଶକ୍ତିକରଣକୁ ଧନ୍ୟବାଦ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *