କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ପଞ୍ଚମ

ନୁଆଦିଲ୍ଲୀ :ଆମେରିକାର ଜନ୍ ହାପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଛି। ଗତ ଚାରି ଦିନ ଧରି ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ବୃଦ୍ଧି ପାଇବା ପରେ ଭାରତ ଏହି ସ୍ଥାନରେ ପହଞ୍ଚିଥିବା ବିଶ୍ୱବିଦ୍ୟାଳୟ ତଥ୍ୟ ଦେଇଛି।

ପୂର୍ବରୁ ଭାରତ ଇଟାଲୀକୁ ଟପି ଷଷ୍ଠ ସ୍ଥାନରେ ପହଞ୍ଚିଥିଲା। ମାତ୍ର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତ ସ୍ପେନକୁ ମଧ୍ୟ ଅତିକ୍ରମ କରି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଏବେ ଭାରତ ଉପରେ ଆମେରିକା, ବ୍ରାଜିଲ, ଋଷିଆ ଏବଂ ବ୍ରିଟେନ ରହିଛନ୍ତି । ଏହା ସମଗ୍ର ଦେଶ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *