ଦେଶରେ ବଢିଲା ଲକଡାଉନ ଅବଧି, କେମିତି ହେବ ପାଳନ

# 3 ମେ ପର୍ଯ୍ୟନ୍ତ ଦେଶରେ ଲକଡାଉନ ବଢିବ
# ବିନା ହଟସ୍ପଟ ଯୋନପାଇଁ ନିୟମରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ହେବ
# 20 ଅପ୍ରେଲ ପର୍ଯ୍ୟନ୍ତ ସରକାର ସବୁ ସ୍ଥାନକୁ ନିରୀକ୍ଷଣ କରିବେ
# ଆସନ୍ତାକାଲି ସରକାର ଏ ସମ୍ପର୍କରେ ବିସ୍ତ୍ରୁତ ବିବରଣୀ ଦେବେ
# ପୁର୍ବରୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଲକଡାଉନକୁ 30 ଅପ୍ରେଲ ପର୍ଯ୍ୟନ୍ତ ବଢ଼ାଇଥିଲେ

କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁର୍ବରୁ ଅପ୍ରେଲ 14 ପର୍ଯ୍ୟନ୍ତ ଲଗାଯାଇଥିବା ଲକଡାଉନକୁ ଆଜି ପୁଣି ବଢ଼ାଗଲା । ଏହି ଅବଧିକୁ ମେ ମାସ 3 ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଜଣାଇଛନ୍ତି।

ଏବେ ଲକଡାଉନର ନିୟମରେ କିଛିଟା ପରିବର୍ତ୍ତନ ହେବ । 20 ଅପ୍ରେଲ ପର୍ଯ୍ୟନ୍ତ ସରକାର ବିଭିନ୍ନ ସ୍ଥାନକୁ ନିରୀକ୍ଷଣ କରିବେ । ଯେଉଁ ସ୍ଥାନଗୁଡ଼ିକ ହଟସ୍ପଟ ଯୋନରେ ଆସିବ ସେଗୁଡିକରେ ନିୟମ ଆହୁରି ସଶକ୍ତ ହେବ। ଯେଉଁ ସ୍ଥାନରେ ସଂକ୍ରମଣର ଭୟ ବିଶେଷଭାବେ କମ ରହିବ, ସେସବୁ ସ୍ଥାନରେ ନିୟମରେ ପରିବର୍ତ୍ତନ କରାଯିବ । ସେଠାରେ ଆଉ କିଛି ଜରୁରୀ ସେବାକୁ ଅନୁମତି ମିଳିବ ଏବଂ ନିହାତି ଦିନମଜୁରିଆମାନଙ୍କ କାମକୁ ଚାଲୁ କରିବା ପାଇଁ ଚିନ୍ତା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତ ତାର ସୀମିତ ସଂଶାଧନରେ ଲକଡାଉନର କଡା ନିୟମ ପାଳନ କରି କରୋନାର ବହୁତ ଭଲ ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତେ ଏକଜୁଟ ହୋଇ ଗୋଟିଏ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ।

Leave a Reply

Your email address will not be published. Required fields are marked *