କରୋନା ଅପଡେଟ : ୧ ଲକ୍ଷ ଟପିଲା ଭାରତ

ନୁଆଦିଲ୍ଲୀ : ତିନୋଟି ପର୍ଯ୍ୟାୟ ଲକଡାଉନ ସରି ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଛି ଦେଶରେ । ହେଲେ ଥମିବାର ନାଁ ନେଉନି କରୋନା ଭାଇରସ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ଦେଶରେ । ଏବେ ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପି ଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ବର୍ତ୍ତମାନ ୫୮ ହଜାର ୮୦୨ ଜଣ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ୩୧୬୩ ଜଣଙ୍କର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣହାନି ଘଟିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ପୁରା ଦେଶରେ ୪୯୭୦ ଜଣ ନୂଆ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ଓ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଛି । ଏଯାଏ ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଲକ୍ଷରୁ ଅଧିକ ହୋଇ ସାରିଲାଣି ।

Leave a Reply

Your email address will not be published. Required fields are marked *