ସେପ୍ଟେମ୍ବର ୧୫ ଯାଏଁ ରହିବ କରୋନା ଭାଇରସ !

ନୁଆଦିଲ୍ଲୀ : କେବେ ଯିବ କରୋନା ଭାଇରସ ? ସମ୍ପ୍ରତି ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ । ତେବେ କରୋନା ଭାଇରସର ଭୟ ଓ ଲକଡାଉନର ପୀଡ଼ାରେ ଅତିଷ୍ଠ ହୋଇ ସମସ୍ତେ ଚାହିଁଛନ୍ତି କେବେ କରୋନା ଭୟରୁ ରକ୍ଷା ମିଳିବ ।

ତେବେ ଏହି ପ୍ରଶ୍ନରେ କେନ୍ଦ୍ର ସରକାରଙ୍କ ଉତ୍ତର ଆଶ୍ଚର୍ଯ୍ୟକର । କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଡକ୍ଟର ଅନୀଲ କୁମାର । ସେ କହିଛନ୍ତି ଯେ କରୋନା କେବେ ଯିବ ଏହାର ଉତ୍ତର ନାହିଁ। ହେଲେ ସେପ୍ଟେମ୍ୱର ୧୫ ବେଳକୁ ଏହି ମହାମାରୀ ଯିବ ବୋଲି ଆକଳନ କରାଯାଇଛି।

ତାଙ୍କ ମତରେ ବିଏଲି ମଡେଲ ଆଧାରରେ ଏଭଳି କୁହାଯାଉଛି। ବଏଲି ମଡେଲ ସଂକ୍ରମିତ ରୋଗକୁ ନେଇ ତିଆରି ହୋଇଛି। ମେ ୧୯ ସୁଦ୍ଧା ସଂକ୍ରମଣ ହାର ୪୨% ରହିଥିଲା, ଏବେ ୫୦ ପ୍ରତିଶତ ରହିଛି। ସେପ୍ଟେମ୍ୱର ବେଳକୁ ଏହା ୧୦୦ ପ୍ରତିଶତ ହୋଇପାରେ। ଏହାପରେ ଅନ୍ୟ ପ୍ରଭାବିତ ଦେଶ ଭଳି ଭାରତରେ ମଧ୍ୟ ସଂକ୍ରମଣ କମିବ ବୋଲି ଆଶା କରାଯାଉଛି । ତେବେ ଭାରତରେ କରୋନା ମୃତ୍ୟୁହାର ମାତ୍ର ୨.୮ ପ୍ରତିଶତ ଅଛି । ମାତ୍ର ଆମେରିକା ଓ ବ୍ରାଜିଲରେ ୫.୮ ପ୍ରତିଶତ ରହିଛି ।

Leave a Reply

Your email address will not be published. Required fields are marked *