ଫେରାର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ: ୮ପୁଲିସ ଅଫିସରଙ୍କୁ ହତ୍ୟା କରିବା ପରେ ଫେରାର ଥିବା ମୋଷ୍ଟୱାଂଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମଧ୍ୟପ୍ରଦେଶରୁ ଗିରଫ ହୋଇଛି । ମଧ୍ୟପ୍ରଦେଶର ଉଜୈନରେ ଥିବା ମହାକାଳ ମନ୍ଦିରରେ ପୂଜା କରୁଥିବା ଖବର ପାଇ ପୁଲିସ ତାକୁ ଉଠାଇ ନେଇଥିଲା । କୋର୍ଟରେ ହାଜର ପରେ ଉତ୍ତରପ୍ରଦେଶ ପୁଲିସ ବିକାଶକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ଗତ ୩ତାରିଖ ଦିନ କାନପୁରରେ ଗୁଳିକାଣ୍ଡ କରି ୮ପୁଲିସ ଅଫିସରଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ବିକାଶ । ବିକାଶକୁ ଧରିବା ପାଇଁ ଉତ୍ତରପ୍ରଦେଶ ସମେତ ୬ରାଜ୍ୟର ପୁଲିସ ନଜର ରଖିଥିଲା । ବୁଧବାର ସନ୍ଧ୍ୟାରେ ବିକାଶକୁ ନୋଏଡାରେ ଠାବ କରାଯାଇଥିଲା। ହେଲେ ସେ ପୁଲିସକୁ ଚକମା ଦେଖାଇ ମଧ୍ୟପ୍ରଦେଶ ପଳାଇଯାଇଥିଲା । ଉତରପ୍ରଦେଶ ପୁଲିସ ତାକୁ ଏନକାଉଂଟର କରିବା ସମ୍ଭାବନା ଥିବାରୁ ସେ ଆତ୍ମସମର୍ପଣ କରିବା ସମ୍ଭାବନା ରହିଥିଲା । ଗୁଇନ୍ଦା ସୂଚନା ଅନୁସାରେ ବିକାଶ ମହାକାଳ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ପୁଲିସ ଚଢାଉ କରି ତାକୁ ଗିରଫ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ବିକାଶକୁ ଧରିବା ପାଇଁ ୨୦ଟି ଟିମ ଗଠନ କରାଯାଥିଲା। ବିକାଶକୁ ଖୋଜିବା ବେଳେ ଏକାଧିକ ଏନକାଉଣ୍ଟରେ ତା’ର ୩ ଜଣ ସହଯୋଗୀ ପ୍ରାଣ ହରାଇଛନ୍ତି। ବିକାଶକୁ ମଧ୍ୟ ପୁଲିସ୍ ଏନକାଉଣ୍ଟର କରିବା ପାଇଁ ଯୋଜନା କରିଥିଲା। ତା ଉପରେ ୬୦ରୁ ଅଧିକ ହତ୍ୟା, ଲୁଟ ଓ ଧମକ ଦେଇ ବଟି ଆଦାୟ କରିବା ଭଳି ମାମଲା ରହିଛି ଓ ସେ ୬ଟି ରାଜ୍ୟରେ କୁଖ୍ୟାତ ଅପରାଧୀ ଥିଲା।

Leave a Reply

Your email address will not be published. Required fields are marked *