ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଉଣ୍ଟରରେ ନିହତ

କାନପୁର : 8 ଜଣ ପୋଲିସଙ୍କୁ ଗୁଳିକାଣ୍ଡରେ ହତ୍ୟା କରିଥିବା ବିକାଶ ଦୁବେ ଆଜି ଏନକାଉଣ୍ଟରରେ ନିହତ ହୋଇଛି । ବିକାଶ ଆଜି ପୋଲିସ କବଜାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗୁଳିରେ ନିହତ ହୋଇଛି ।

ସୂଚନା ଅନୁସାରେ ଏସ୍.ଟି.ଏଫ ର‌ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ ଗାଡ଼ିଟି କାନପୁରରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ୍ ବିକାଶକୁ ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି। ଏଥିରେ ବିକାଶ ନିହତ ହୋଇଛି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶ ସମେତ 6ଟି ରାଜ୍ୟର ପୋଲିସ ବିକାଶକୁ ଖୋଜୁଥିଲେ । ବିକାଶ ନାଁରେ 60ରୁ ଉର୍ଦ୍ଧ୍ଵ କେଶ ରହିଥିଲା ।

Leave a Reply

Your email address will not be published. Required fields are marked *