ମଧ୍ୟରାତ୍ରୀରେ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୫୦୦ କୁଡିଆ ଘର
ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ଦିଲ୍ଲୀର ତୁଘଲକବାଦସ୍ଥିତ ଏକ ବସ୍ତି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ବସ୍ତିରେ ଥିବା ପ୍ରାୟ ୧୫୦୦କୁଡିଆ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୫୦ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇବା ପରେ ଅଗ୍ନିଶମ ବିଭାଗ ତତକ୍ଷଣାତ୍ ଯାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ମାତ୍ର ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରାୟ ୧୫୦୦ କୁଡିଆ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ମାତ୍ର ଲୋକମାନେ ସତର୍କ ହୋଇଯିବାରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।