ଲକଡାଉନ 4.0 – ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର : କେନ୍ଦ୍ର ସରକାର ଲକଡାଉନ ୪ ପାଇଁ ବିଧିବଦ୍ଧ ଗାଇଡଲାଇନ ଆଜି ଜାରି କରିଛନ୍ତି । ଲକଡାଉନର ଅବଧି ଆଜି ରାତି ୧୨ଟାରେ ସରୁଥିବା ବେଳେ କେନ୍ଦ୍ର ସରକାର ପୁନର୍ବାର ଲକଡାଉନ ବଢ଼ାଇ ଦେଇଛନ୍ତି । ଏବେ ପୁଣି ଲକଡାଉନକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇଛି ।

ତେବେ ଏଥର ଲକଡାଉନରେ ନିୟମକୁ ଟିକେ କୋହଳ କରାଯାଇଛି । ଏବେ ରେଡ଼, ଗ୍ରୀନ ଓ ଅରେଞ୍ଜ ସବୁ ଜୋନରେ ନିୟମ ପ୍ରାୟତଃ ସମାନ ରହିବ । କିନ୍ତୁ କଣ୍ଟେନମେଣ୍ଟ ଜୋନ ଗୁଡିକରେ ନିୟମ କୋହଳ ହେବ ନାହିଁ । ଆସନ୍ତୁ ଜାଣିବା କଣ୍ଟେନମେଣ୍ଟ ଜୋନକୁ ବାଦ ଦେଇ ଅନ୍ୟ ସ୍ଥାନରେ କେଉଁ କାମକୁ ଅନୁମତି ମିଳିଲା ଓ କେଉଁ କ୍ଷେତ୍ରଗୁଡିକ ଉପରେ ରୋକ ଲାଗିବ ।

କଣ ବନ୍ଦ ?

  • ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଚଳାଚଳ
  • ଶିକ୍ଷା ଅନୁଷ୍ଠାନଗୁଡିକ
  • ସିନେମା ହଲ, ସପିଙ୍ଗ ମଲ, ଜିମ, ପାର୍କ
  • ଧର୍ମ ଅନୁଷ୍ଠାନକୁ ଭକ୍ତଙ୍କ ପାଇଁ ମନା
  • ବାର, ହୋଟେଲ, ରେଷ୍ଟୁରାଣ୍ଟ
  • ମେଟ୍ରୋ ସେବା ବନ୍ଦ

କଣ ଚାଲିବ ?

  • ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟ ଭିତରେ ବସ ଚଳାଚଳ ଚାଲିବ (ସବୁ ଜୋନରେ)
  • ରାଜ୍ୟ ରାଜ୍ୟ ମଧ୍ୟରେ ବୁଝାମଣାରେ ଆନ୍ତଃରାଜ୍ୟ ବସ ଚାଲି ପାରିବ
  • ଚାଷ କାର୍ଯ୍ୟ ପୂର୍ବପରି ଚାଲିବ
  • ବାହାଘର କାର୍ଯ୍ୟକ୍ରମରେ ୫୦ ଜଣ ଯୋଗ ଦେଇ ପାରିବେ
  • ଅନ୍ତିମ ସଂସ୍କାରରେ ୨୦ ଜଣ ଯୋଗ ଦେଇ ପାରିବେ
  • ମାଲ ପରିବହନ ପାଇଁ ବାଧା ନାହିଁ

ସ୍ୱତନ୍ତ୍ର ନିୟମ !

  • ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଲାଗୁ
  • କାର୍ଯ୍ୟକ୍ଷେତ୍ର ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଅପରିହାର୍ଯ୍ୟ
  • ସର୍ବସାଧାରଣ ସ୍ଥାନରେ ପାନ, ଗୁଟୁଖା ଖାଇବା ଓ ମଦ ପିଇବା ମନା
  • ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଚାଲିବ
  • ଗ୍ରୀନ, ଅରେଞ୍ଜ ଓ ରେଡ଼ ଜୋନ ଘୋଷଣା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

Leave a Reply

Your email address will not be published. Required fields are marked *