‘ପେଡାଲ ଫର୍ ଫ୍ୟୁଚର’ ପକ୍ଷରୁ ସାଇକେଲ ଚଲାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ପେଡାଲ ଫର୍ ଫ୍ୟୁଚର ପକ୍ଷରୁ ବିଶ୍ୱ ପରିବେଶ ସପ୍ତାହ ଉପଲକ୍ଷେ “କାର୍ଯ୍ୟ ପାଇଁ ସାଇକେଲ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନୁଷ୍ଠାନ ତରଫରୁ କୁମାର, ଗୋପାଳ, ଓସିନ ପ୍ରମୁଖ କର୍ମକର୍ତ୍ତାମାନେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକମାନଙ୍କରେ ଯାତ୍ରୀମାନଙ୍କୁ ସାଇକେଲ ଚଲାଇ କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ଅନୁରୋଧ କରୁଛନ୍ତି । ସପ୍ତାହେ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

1/5 – କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୬ ବର୍ଷର କୁନିଝିଅ ଓସିନ

2/5- ଓସିନ ହେଉଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡର ରେକର୍ଡଧାରୀ

3/5- ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପାଇଁ ସଚେତନତା କରାଯାଉଛି

4/5- ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅତ୍ୟାବଶ୍ୟକ ନଥିଲେ ସାଇକେଲ ଚଲାଇ କାର୍ଯ୍ୟକ୍ଷେତ୍ରକୁ ଯିବାପାଇଁ ଅନୁରୋଧ କରୁଛନ୍ତି କର୍ମକର୍ତ୍ତା

5/5- ଯୋଡ଼ିହେବା ପାଇଁ ସଂଗଠନର ୱେବସାଇଟ http://pedalforfuture.com/ କୁ ଲଗ-ଇନ କରିବା ପାଇଁ କୁହାଯାଇଛି

Leave a Reply

Your email address will not be published. Required fields are marked *