ଦୁଇ ଯୁବକ ଲୁଣାନଦୀ ପାଣିରେ ବୁଡି ମୃତ


ନିଶ୍ଚନ୍ତ କୋଇଲି /ମାହାଙ୍ଗା/କଟକ : ଲୁଣା ନଦୀରେ ବୁଡି ଆଜି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ଥାନା ଅସୁରେଶ୍ୱର ହନୁମାନଗଡା ଘାଟରେ । ଗାଧୋଇବାକୁ ଯାଇ ପାଣି ସ୍ରୋତ ରେ ଭାସି ଯାଇ ମାହାଙ୍ଗା ଥାନା ଦୁଲାରପୁର ଗ୍ରାମର ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ଖବର ଅନୁଯାଇ ମାହାଙ୍ଗା ଥାନା ଗୋପାଳପୁର ପଂଚାୟତ ଦୁଲାରପୁର ଗ୍ରାମର ଦୁଇ ବନ୍ଧୁ ନବକିଶୋର ପାଲଙ୍କ ପୁଅ ଜିତେନ୍ଦ୍ର (୨୧) ଓ ଶୁକଦେବ ସାମଲଙ୍କ ପୁଅ ଲିଟୁ (୨୧) ଆଜି ଅପରାହ୍ନରେ ଅନ୍ୟ ଦୁଇ ସାଥୀଙ୍କ ଗାଧେଇବା ପାଇଁ ନିକଟସ୍ଥ ଅସୁରେଶ୍ୱର ଲୁଣା ନଦୀକୁ ଯାଇଥିଲେ । ଦୁଇ ସାଙ୍ଗ ଗାଧୋଉଥିବା ବେଳେ ଜଣେ ପାଣି ସ୍ରୋତରେ ଭାସି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟଜଣେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ କର୍ମଚାରୀ ସେଠାରେ ପହଂଚି ପାଣିଭିତରୁ ଖୋଜାଖୋଜି କରି ଦୁହିଁଙ୍କୁ ଉଦ୍ଧାର କରିବାସହ ନିଶ୍ଚନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପ୍ରଘଟ ହେବାପରେ ମାହାଙ୍ଗା ଦୁଲାର ପୁରରେ ଶୋକର ବାତାବରଣ ଛାଇଯାଇଛି ।

Leave a Reply

Your email address will not be published. Required fields are marked *