ହାତୀପଲ ଚକଟି ଦେଲେ ବୃଦ୍ଧଙ୍କୁ : ଶବକୁ ମଧ୍ୟ ଛାଡିଲେ ନାହିଁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଚତୁର୍ଭୁଜ ନାୟକ ଜଣେ ୬୦ ବର୍ଷୀୟ ବୃଦ୍ଧ। ସେ ଶୌଚପାଇଁ ଯାଇଥିଲେ । ଏହି ସମୟରେ ସେ ହାତୀପଲଙ୍କ ହାବୁଡ଼ରେ ପଡି ଯାଇଥିଲେ । ହାତୀ ପଲ ତାଙ୍କୁ ଚକଟି ଦେବା ଫଳରେ ତାଙ୍କ ମୃତ୍ୟୁ ଘଟିଛି ।

ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ପାଖରେ ହାତୀପଲ ଜଗି ରହିଛନ୍ତି । ତେଣୁ ମୃତଦେହ ଉଦ୍ଧାର ହୋଇପାରି ନାହିଁ ବୋଲି ଖବର ମିଳିଛି । ଗାଁ ଲୋକଙ୍କ ସହିତ ମିଶି ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘୋଉଡ଼ାଇବାକୁ ପ୍ରୟାସ କରୁଛନ୍ତି।

Leave a Reply

Your email address will not be published. Required fields are marked *