ଲଜ୍ଜ୍ୟା ! ପୁଅଙ୍କୁ କବାଟ ଦେଇ ମା’କୁ ଦୁଷ୍କର୍ମ କଲା ଶିକ୍ଷକ

ମାହାଙ୍ଗା/କଟକ : ଦୁଇ ନାବାଳକ ପୁଅକୁ କବାଟ ବନ୍ଦ କରି ମାକୁ ଦୁଷ୍କର୍ମ କଲା ଶିକ୍ଷକ । ଏପରି ଏକ ଲଜ୍ଜାକର ଘଟଣାର ଅଭିଯୋଗ ଆସିଛି ମାହାଙ୍ଗାରେ । ଶିକ୍ଷକଙ୍କୁ ଭଗବାନ ର ଆଖ୍ୟା ଦିଆଯାଇଥିବା ବେଳେ ଜଣେ ନର ରୂପୀ ରାକ୍ଷସ ଶିକ୍ଷକ ପାଇଁ ସାରା ଶିକ୍ଷକ ଆଜି ସାରା ଶିକ୍ଷକ ସମାଜ ନିନ୍ଦିତ ହୋଇଛି । ଜଣେ ସରକାରୀ ଶିକ୍ଷକ ଲକଡାଉନ ସମୟରେ ଗାଁ ରେ ରହୁଥିବା ବେଳେ ଜଣେ ସମ୍ପର୍କୀୟ ମାଇଁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ମାହାଙ୍ଗା ଥାନାରେ । ଘଟଣା ଘଟିଛି ମାହାଙ୍ଗା ଥାନା ପୋଡାମରାଇ ପଂଚାୟତର ସିନ୍ଧୁପୁର ଗ୍ରାମରେ ।

ଗତ ୨୬ ତାରିଖ ଦିନ ପୀଡ଼ିତାଙ୍କ ସ୍ୱାମୀ ଘରେ ନଥିବା ବେଳେ ସେହି ଗ୍ରାମର ଶିକ୍ଷକ ରାଜକିଶୋର ବେହେରା ରାତି ସାଢ଼େ ଦଶଟା ସମୟରେ ଘର ଛାତ ସିଡ଼ି ଘର କବାଟ ନଥିବାରୁ ଭିତରକୁ ସେହିପଟେ ପଶିଥିଲେ । ଘରେ ମହିଳାଙ୍କୁ ଏକାକୀ ପାଇ ତାଙ୍କର ଦୁଇଜଣ ନାବାଳକ ପୁତ୍ରକୁ କବାଟ ବନ୍ଦ କରି ଜବରଦସ୍ତ ମାକୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ପୀଡିତା ଙ୍କ ସ୍ୱାମୀ ଆସି ପହଞ୍ଚି ଦୁଷ୍କର୍ମକାରୀ ଶିକ୍ଷକକୁ କାବୁ କରି ପତ୍ନୀକୁ ଉଦ୍ଧାର କରିଥିଲେ । ଏହାପରେ ଶିକ୍ଷକ ରାଜକିଶୋର ଉଲଗ୍ନ ଅବସ୍ଥାରେ ଛାତ ଉପର ଦେଇ ଖସି ଫେରାର ହୋଇଯାଇଛି । ଏଥିନେଇ ମାହାଙ୍ଗା ଥାନାରେ ମହିଳା ଜଣକ ଅଭିଯୋଗ କଲାପରେ ପୋଲିସ ମାମଲା ୠଜୁକରି ଅଭିଯୁକ୍ତ ଶିକ୍ଷକଙ୍କୁ ଖୋଜୁଛି ।

Leave a Reply

Your email address will not be published. Required fields are marked *