ଅମ୍ଫାନ – ଦ୍ଵିତୀୟ ମହାବାତ୍ୟା (କବିତା)
କବି – ଧ୍ରୁବ ଚରଣ ମହାନ୍ତି
ଶୁଣ ଶୁଣ ଧନ ଦେଇ ମନ କର୍ଣ୍ଣ
ଆସୁଛି ଅମ୍ଫାନ ମାଡ଼ି
ମୂଷଳ ଧାରାରେ ବରଷିବ ବର୍ଷା
ଘର ଦ୍ବାର ନେବ ତାଡ଼ି ……..୧
ବହିବ ପବନ ହୋଇବ ବରଷା
ଭାଙ୍ଗି ଭୁଙ୍ଗି ଦେବ ଗଛ
ଲାଇନ୍ କଟିବ ଅନ୍ଧାର ହୋଇବ
କହୁ ନାହିଁ ଧ୍ରୁବ ମିଛ ……..୨
ଖାଇବା ଦରବ କିଛି କିଛି କିଣି
ଔଷଧ ସାଥୀରେ ରଖ
ନିରାପଦ ସ୍ଥାନ ରହିବା ପାଇଁକି
ଏବେ ଠାରୁ ଯାଇ ଦେଖ …..୩
ସାମୁଦ୍ରିକ ଝଡ଼ ମାଡି ମାଡି ଆସି
ଛୁଇଁ ଯିବ ସ୍ଥଳ ଯେବେ
ବୁଢ଼ା ବୁଢ଼ୀ ଆଉ କୁନି କୁନି ପିଲା
ଭୁଲି ବନି ତାଙ୍କୁ କେବେ ….୪
ଗାଈଗୋରୁ ଆଉ ଛେଳି ମେଣ୍ଢା ଯେତେ
ନିରୀହ ପଶୁଙ୍କୁ ନେଇ
ଚାଲି ଯିବ ବନ୍ଧୁ ନିରାପଦ ସ୍ଥାନ
ସାଙ୍ଗ ସାଥି ସବୁ ହୋଇ …..୫
ଦୂର ଦୁରାନ୍ତରୁ ଆସୁଥିଲେ କେହି
ଆସି ବାକୁ ମନା କର
ଧ୍ରୁବ କଥା ଭାଇ ମାନି ବାକୁ ବାରେ
କହୁ ଅଛି ବାରମ୍ବାର …….୬
ଚାଲି ଯିବ ଯେବେ ଅଶାନ୍ତ ଏ ଝଡ଼
ବନ୍ୟା ବାତ୍ୟା ରୂପ ଧରି
ହସ ଖୁସି ହୋଇ ଚଳି ଯିବ ଭାଇ
ତୁଣ୍ଡରେ ଉଚ୍ଚାରି ହରି ……୭
ଚକର ପୁର , ଗୌଡ ଗୋପ ,
ମାହାଙ୍ଗା , କଟକ ୯୬୧୧୨୦୦୫୩୩