ହନୁ କହୁଛି… କବି: ଧ୍ରୁବ ଚରଣ ମହାନ୍ତି

ଧ୍ରୁବ ଚରଣ ମହାନ୍ତି, ଚକରପୁର,
ଗୌଡ଼ଗୋପ, ମାହାଙ୍ଗା

ହନୁ କହୁଛି ଲଗାଅ ଗଛ
ପରିବେଶକୁ ରଖରେ ସ୍ୱଚ୍ଛ !
ଜଙ୍ଗଲ କାଟି କଲ ସହର
କାନ୍ଦୁଛି ଆଜି ଆମ ସଂସାର !
ବାଙ୍କ ବାବୁଙ୍କ ବାଡ଼ିରେ ଆଉ
ନାହିଁ କାଙ୍କଡ଼ ନାହିଁ ବି ଲାଉ !
ଚାଉଳ କେଜି ଟଙ୍କାରେ ଦେଲ
ଚାଷ ବିଲକୁ ପଡିଆ କଲ !
ବାଡିରୁ ଗଛ କାଟିଲ ସବୁ
କେମିତି ଆମେ ଚଳିବୁ ବାବୁ !
ତୁମରି ପାଇଁ ପ୍ରକୃତି ଆଜି
ହରେଇଲାଣି ସୁଷମା ରାଜି !
ପଶୁ ପକ୍ଷୀଙ୍କ ବଉଁଶ କେତେ
ବୁଡି ଗଲାଣି ଜାଣ ଏମନ୍ତେ !
ଜୀବ ଜଗତ ବଞ୍ଚିବା ପାଇଁ
ବଣ ଜଙ୍ଗଲ କାଟିବ ନାହିଁ !
ପଶୁ ଓ ପକ୍ଷୀ ଗଛ ଓ ଲତା
ଧରଣୀ ପାଇଁ ଚନ୍ଦନ ଚିତା !
ମଣିଷ ଭାଇ ନ ହୁଅ ପଛ
ହନୁ କହୁଛି ଲଗାଅ ଗଛ !!!

Leave a Reply

Your email address will not be published. Required fields are marked *