କରୋନା ରୋଗର ଔଷଧ ନାହିଁ ||| କବି : ଧ୍ରୁବ ଚରଣ ମହାନ୍ତି
କିଏ ଜାଣିଥିଲା ଏମିତିଆ ଏକ
ରୋଗ ଆସିବ ଏ ବିଶ୍ୱକୁ
ଅକାଳେ ଆସିକି ଅନେକ ଜୀବନ
ନେଇ ଚାଲିଯିବ ଶେଷକୁ !!!
ଜୀବ ହନ୍ତା ଏଇ କରୋନା ବ୍ୟାଧିଟା
ଶୋଷି ଯିବ ଜୀବ ରସକୁ
ମାନବ ଜାତିର ନିଦକୁ ହଜେଇ
ନାସି ନେବ ପ୍ରାଣ ଯଶକୁ !!!
କରୋନା ବିଶ୍ୱରେ ଚହଳ ପକେଇ
ବ୍ୟାପୁ ଅଛି ଦେଶ ଦେଶକୁ
କାରୋନା ଭୟରେ ମାନବ ଜାତିଟା
ବଦଳି ଦେଲାଣି ବେଶକୁ !!!
ମୁହଁରେ ତୁଣ୍ଡି ଓ ନାକରେ ଲଗାମ
ସୁଧାରି ଦେଲାଣି ଭାଷାକୁ
ପ୍ରଣାମ ଉଚାରି ପରିବର୍ତ୍ତନ ସିଏ
କରିଲାଣି ବେଶ ଭୂଷାକୁ !!!

ମୋବାଇଲ: ୯୬୧୧୨୦୦୫୩୩
ଛିଙ୍କିଲେ କପଡା ମୁହଁରେ ଦେଉଛି
ହାତରେ ଢାଙ୍କୁଛି କାଶକୁ
ସ୍ୱଚ୍ଛ ରହି ନିଜେ ସ୍ୱଚ୍ଛତାର ବାର୍ତ୍ତା
ମାନବ ଦେଉଛି ବିଶ୍ୱକୁ !!!
କରୋନା ରୋଗର ଔଷଧ ଯେ ନାହିଁ
ସାବଧାନତାକୁ ଶେଷକୁ
ଔଷଧି ଭାବିକି ବିଶ୍ଵ ଜନ ମାରି
ପାରିବେ କରୋନା ବଂଶକୁ !!!
ଆସ ଆସ ଭାଇ ଭଉଣୀ ଏ ଆସ
ଜୀବନ ଜିଇଁବା ଆଶାକୁ
ବଞ୍ଚେଇ ରଖିବା ବଞ୍ଚିବା ଶିଖିବା
ଆଡ଼େଇ କରୋନା ଦଶାକୁ !!!