ଲକଡାଉନରେ ବିବ୍ରତ ହୋଇ କୋଟିପତି ବ୍ୟବସାୟୀ କଲେ ଏପରି କାମ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

କରୋନା ଭାଇରସ ସହ ଏବେ ସାରା ବିଶ୍ଵ ଲଢ଼ୁଛି । ଅଧିକାଂଶ ଦେଶରେ ଲକଡାଉନ ଚାଲିଛି । ଲକଡାଉନରେ ସରକାର ଘରେ ରହିବାକୁ କହୁଛନ୍ତି । କିଛିଲୋକ ଲକଡାଉନରେ ସମୟ ଅତିବାହିତ କରିବା ପାଇଁ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି । ଆଉ କିଛିଲୋକ ଲକଡାଉନରେ ବିବ୍ରତ ହୋଇ କରୁଛନ୍ତି କିଛି ଅଜବଗଜବ କାମ । ଏମିତି ଏକ ଘଟଣା ମସ୍କୋରେ ସାମ୍ନାକୁ ଆସିଛି ।

ରୁଷର ମସ୍କୋ ସହରରେ ରୁହନ୍ତି ସରଗେ ନୋକୋନଭି । ତାଙ୍କ ବୟସ ୩୮ ବର୍ଷ । ସେ ମସ୍କୋର ଜଣେ ସଫଳ ବ୍ୟବସାୟୀ । ତାଙ୍କର ବାର୍ଷିକ ଆୟ ପ୍ରାୟ ୨ମିଲିୟନ ଡଲାର । ତାଙ୍କ ବ୍ୟବସାୟରେ ଲଲଡାଉନର କୌଣସି ପ୍ରଭାବ ପଡିନାହିଁ କିମ୍ବା ବଡ଼ କ୍ଷତି ହୋଇନାହିଁ । ମାତ୍ର କଂସଲଟାନ୍ସୀ ବ୍ୟବସାୟ କରୁଥିବା ଏହି ବ୍ୟକ୍ତି ଲକଡାଉନରେ ପାଲଟିଯାଇଛନ୍ତି ଡେଲିଭରି ବୟ ।

ନାକୋନଭି ଦିନକୁ ପ୍ରାୟ ୨୦ କିଲୋମିଟର ଯାତ୍ରାକରି ଡେଲିଭରି ଲୋକଙ୍କ ଘରକୁ ପହଞ୍ଚାଉଛନ୍ତି ଏବଂ ଏଥିପାଇଁ ତାଙ୍କୁ ୧୩ରୁ ୨୦ ଡ଼ଲାର ପାରିଶ୍ରମିକ ମିଳୁଛି ବୋଲି ‘ୱାସିଂଟନ ପୋଷ୍ଟ’କୁ କହିଛନ୍ତି ।

ମାତ୍ର ସେ ଏଥିରେ ଖୁସି ବୋଲି କହିଛନ୍ତି । କାରଣ ସେ ଜୀବନକୁ ଏକ ଭିନ୍ନ ଉପାୟରେ ବଞ୍ଚିବାକୁ ଚାଁହୁଥିଲେ ଓ ଲକଡାଉନ ତାଙ୍କୁ ଏହି ସୁଯୋଗ ଦେଇଛି ବୋଲି ନାକୋନଭି କହିଛନ୍ତି ।

Leave a Reply

Your email address will not be published. Required fields are marked *