ଲଞ୍ଚ ହେଲାଫେସବୁକ “ପ୍ରୋଫାଇଲ ଲକ” ଜାଣନ୍ତୁ କଣ ରହିବ ଫିଚର

ଲୋକପ୍ରିୟ ସୋସିଆଲ ମିଡ଼ିଆ ୱେବସାଇଟ ଫେସବୁକର ଭାରତୀୟ ୟୁଜରଙ୍କ ସଂଖ୍ୟା ବହୁତ ଅଧିକ । ଫେସବୁକର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ବଢି ଚାଲିଛି ।ସେହିପରି ଫେସବୁକ ମଧ୍ୟ ନିଜ ୱେବସାଇଟରେ ବାରମ୍ବାର ଅପଗ୍ରେଡ କରି ନୂଆ ନୂଆ ଫିଚର ଲୋକଙ୍କ ପାଖରେ ପହଞ୍ଚାଇଥାଏ । ଏବେ ଆଉ ଗୋଟିଏ ନୂଆ ଫିଚର ଆଣିଛି ଏହି କମ୍ପାନୀ । ଯାହାର ନାମ “ପ୍ରୋଫାଇଲ ଲକ” ବୋଲି ରଖିଛି ଫେସବୁକ ।

ସୂଚନା ମୁତାବକ ଏହି ଫିଚର ଆସନ୍ତା ସପ୍ତାହରୁ ୟୁଜରଙ୍କ ପ୍ରୋଫାଇଲରେ ପ୍ରାପ୍ତ ହେବ । ଆପଣ ଯଦି ଏହି ଫିଚରକୁ ଏନାବେଲ କରିବେ ତେବେ ଆପଣଙ୍କ ପ୍ରୋଫାଇଲ କେବଳ ଆପଣଙ୍କ ନିକଟ ବନ୍ଧୁମାନେ ହିଁ ଦେଖି ପାରିବେ । ଅନ୍ୟ ବାହାର ଲୋକମାନେ ଆପଣଙ୍କ ପ୍ରୋଫାଇଲ ଦେଖି ପାରିବେ ନାହିଁ । ଏପରିକି ଆପଣ କଣ ପୋଷ୍ଟ କିମ୍ବା ସେୟାର କରୁଛନ୍ତି ତାକୁ ମଧ୍ୟ ବାହାର ଲୋକମାନେ ଦେଖିପାରିବେ ନାହିଁ । କେବଳ ଆପଣ ଚାଂହୁଥିବା ବ୍ୟକ୍ତି ହିଁ ଆପଣଙ୍କ ପ୍ରୋଫାଇଲ ଦେଖି ପାରିବେ।

ଡାଟା ଚୋରିକୁ ବିରୋଧ କରି ନିକଟରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଥିଲା । ଫେସବୁକର ଏହି ନୂଆ ଫିଚର କିଛି ମାତ୍ରାରେ ସମାଜରେ ଆପଣଙ୍କ ଗୋପନୀୟତା ରକ୍ଷା କରିପାରିବ ବୋଲି ୱେବ ଆନାଲାଇଜର ଲିଙ୍ଗରାଜ ସେଠୀ ଓ ଗୌତମ ବେହେରା ଆମକୁ କହିଛନ୍ତି । ସେମାନଙ୍କ ମତରେ ଫେସବୁକ ପ୍ରାୟତଃ ନିଜ ୟୁଜର ମାନଙ୍କ ଆଵଶ୍ୟକତା ଅନୁସାରେ କିଛି ନା କିଛି ନୂଆ କରୁଛି । କିଛିଦିନ ତଳେ ପ୍ରୋଫାଇଲ ପିକ୍ଚର ଗାର୍ଡ ମଧ୍ୟ ଲଞ୍ଚ କରିଥିଲା । ଯେଉଁଥିରେ ୟୁଜରମାନେ ନିଜ ପ୍ରୋଫାଇଲ ପିକ୍ଚରକୁ ସୁରକ୍ଷିତ କରି ପାରିଥିଲେ ।

Leave a Reply

Your email address will not be published. Required fields are marked *