ଏକାଥରକେ ୧୦୧ କରୋନା ଆକ୍ରାନ୍ତ ଚିନ୍ହଟ

ଭୁବନେଶ୍ୱର : ବର୍ତ୍ତମାନର ତାଜା ଖବର ଅନୁସାରେ ରାଜ୍ୟରେ ଏକାଥରକେ ୧୦୧ ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପାଞ୍ଚ ଶହ ଟପିଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ମିଳିଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ୫୨ ଓ ବାଲେଶ୍ୱର ଜିଲ୍ଲାରେ ୩୩ ଜଣ ସାମିଲ ଅଛନ୍ତି । ଏଥିସହ ଗଞ୍ଜାମ ଜିଲ୍ଲାର ମୋଟ କୋଭିଡ ପଜିଟିଭ ସଂଖ୍ୟା ୨୧୦ ଓ ବାଲେଶ୍ୱର ଜିଲ୍ଲାରେ ୯୦ ରେ ପହଁଚିଛି । ଅନ୍ୟ ଜିଲ୍ଲା ମଧ୍ୟରେ ଯାଜପୁର ଓ ସୁନ୍ଦରଗଡରେ ୭ ଜଣ ଲେଖାଏଁ ଏବଂ କେନ୍ଦୁଝର ଜିଲ୍ଲାରେ ୨ ଜଣ ଆକ୍ରାନ୍ତ ଆଜି ଚିନ୍ହଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ଏଯାବତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୪୧୯ ଜଣ ଚିକିତ୍ସିତ ହେଉଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *