ନବୀନଙ୍କୁ ବିଜୟ ମହାପାତ୍ରଙ୍କ ୨ଟି ପ୍ରସ୍ତାବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ସବୁଠୁ ବଡ଼ ରାଜନୈତିକ ଶତ୍ରୁ କୁହାଯାଉଥିବା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ୨ଟି ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବଗୁଡିକ ମହତ ହୋଇଥିଲେ ମଧ୍ୟ ପ୍ରକାରନ୍ତରେ ରାଜନୈତିକ କଟାକ୍ଷ ବୋଲି ବୁଝିବାକୁ କଷ୍ଟ ହେଉନାହିଁ ।

ବିଜୟ ନିଜର ପ୍ରଥମ ପ୍ରସ୍ତାବରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ‘ବନ୍ଦେ ଉତ୍କଳ ଜନନୀ‘ ଗାଆନ୍ତୁ । ଲୋକସେବା ଭବନ ଆଗରେ ବିନା ଯାନ୍ତ୍ରିକ ସହାୟତାରେ ‘ବନ୍ଦେ ଉତ୍କଳ ଜନନୀ’ । ସବୁ ରାଜନୈତିକ ଦଳର ନେତାଙ୍କୁ ଡାକନ୍ତୁ । ମୋତେ ଡାକିଲେ ମୁଁ ବି ଯିବି ବୋଲି ବିଜୟ କହିଛନ୍ତି ।

ଦ୍ଵିତୀୟ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ୩ଥର ‘ଜୟ ଜଗନ୍ନାଥ‘ ବୋଲି କୁହନ୍ତୁ । କରୋନା ମୁକାବିଲା ପାଇଁ ଜଗନ୍ନାଥ ମହାପ୍ରଭୁ ଆମକୁ ଭରଷା । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କର ଜୟଗାନ କରନ୍ତୁ ବୋଲି ବିଜୟ ତାଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ କହିବା ନେଇ ଅନେକ କଟାକ୍ଷ ହୋଇଥିଲା । ମୁଖ୍ୟମନ୍ତ୍ରୀ କରୋନା ମୁକାବିଲାରେ ବିଫଳ ହୋଇ ହାତଟେକି ଦେଇଥିବା ବିରୋଧୀ ଦଳମାନେ ଗଣମାଧ୍ୟମକୁ ମନ୍ତବ୍ୟ ଦେଉଥିଲେ । ଏବେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଏପରି ମନ୍ତବ୍ୟ ଲକଡାଉନରେ ଓଡ଼ିଶା ରାଜନୀତିକୁ ପୁନଃଶ୍ଚ ଚଳଚଞ୍ଚଳ କରିଦେଇଛି ।

Leave a Reply

Your email address will not be published. Required fields are marked *