କଳାହାଣ୍ଡି ଜିଲ୍ଲାରେ ୧୧ କୋଭିଡ ଆକ୍ରାନ୍ତ ଚିନ୍ହଟ

କଳାହାଣ୍ଡି ଜିଲ୍ଲାରେ ଆଜି ୧୧ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଏ ସମ୍ପର୍କରେ କଳାହାଣ୍ଡି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ପ୍ରବାସୀ ଓଡ଼ିଆ ଓ କ୍ବାରେଣ୍ଟାଇନ ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସାମିଲ ଅଛନ୍ତି ।

ଆଜି ସକାଳେ ମଧ୍ୟ ରାଜ୍ୟରେ ୭୪ ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିଲେ ଓ ଜଣେ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *