କରୋନା ଭାଇରସ : ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬

ଆଜି ରାଜ୍ୟରେ ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସମୟରେ ଆଉ ୩୬ ଜଣ ସୁସ୍ଥହୋଇ ଫେରିବା ଏକ ଆସ୍ୱସ୍ତିକର ଖବର । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

୩୬ଜଣଙ୍କ ମଧ୍ୟରେ ଗଞ୍ଜାମର ୨୩ଜଣ, ଯାଜପୁରର ୫ଜଣ, ମୟୁରଭଞ୍ଜର ୩ଜଣ, ପୁରୀ ଓ ଭଦ୍ରକରୁ ୨ଜଣ ଲେଖାଏଁ, ରାଉକେଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।

Leave a Reply

Your email address will not be published. Required fields are marked *