ରାଜ୍ୟରେ ଆଉଜଣେ ବ୍ୟକ୍ତି କରୋନାରେ ମୃତ

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ଜଣେ ବ୍ୟକ୍ତିଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି । ସେ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛି । ମୃତକ ଜଣକ ଚିକିତ୍ସାଧୀନ ଥିଲେ ଓ ସେ କରୋନା ବ୍ୟତୀତ ଯକ୍ଷ୍ମାରୋଗରେ ମଧ୍ୟ ପୀଡିତ ଥିଲେ ।

ଏଥିସହିତ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରେ ଜଣେ ଓ ଖୋର୍ଦ୍ଧା ଜିଲ୍ଲାରେ ୪ ଜଣଙ୍କୁ ମିଶାଇ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୯ରେ ପହଁଚିଛି ।

Leave a Reply

Your email address will not be published. Required fields are marked *