ଆଉ ୩ କରୋନା ଆକ୍ରାନ୍ତ ଚିନ୍ହଟ, ଜଣେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୩ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଟ୍ୱିଟ କରି ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ବାଲେଶ୍ବର, ଜଣେ ଯାଜପୁର ଓ ଜଣେ କୋରାପୁଟ ଜିଲ୍ଲାର ବାସିନ୍ଦା ।

କୋରାପୁଟରୁ ଚିନ୍ହଟ ହୋଇଥିବା ରୋଗୀ ଜଣେ ୨୨ ବର୍ଷୀୟ ସ୍ବାସ୍ଥ୍ୟକର୍ମୀ । ସେ ଏପ୍ରିଲ ୧୪ ତାରିଖରେ କଲିକତାରୁ ଫେରିଥିଲେ । ମାତ୍ର ତାଙ୍କ ଗସ୍ତ ବିବରଣୀ ପାଇଁ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ସେ ଡ୍ୟୁଟିରେ ଯୋଗ ଦେଇନଥିଲେ । ତାଙ୍କର କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା ।

ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ଚିନ୍ହଟ ହୋଇଥିବା ରୋଗୀଙ୍କ ବୟସ ଯଥାକ୍ରମେ ୩୨ ଓ ୩୪ ବର୍ଷ । ଉଭୟେ କଲିକତାରୁ ଫେରିଥିଲେ । ଉଭୟଙ୍କ ଗସ୍ତ ଓ ଯୋଗାଯୋଗ ବିବରଣୀ ସନ୍ଧାନ ଚାଲିଛି । ଏହି ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଲା ।

Leave a Reply

Your email address will not be published. Required fields are marked *