ଗତକାଲି ରାତିରେ ଆଉ ୩ କରୋନା ଆକ୍ରାନ୍ତ ଚିନ୍ହଟ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲା ବାସିନ୍ଦା । ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଜଣାଇ ଦିଆଯାଇଛି । ଏମାନେ ସମସ୍ତେ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୪୪,୬୧ ଓ ୬୩ ବୋଲି ଜଣାପଡ଼ିଛି । ନୂଆ ଆକ୍ରାନ୍ତ ୩ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଁଞ୍ଚିଛି ।

Leave a Reply

Your email address will not be published. Required fields are marked *