ଯାଜପୁରରେ ଆଉ ୧୪ କରୋନା ଆକ୍ରାନ୍ତ ଚିନ୍ହଟ

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ସେମାନେ ସମସ୍ତେ ଯାଜପୁର ଜିଲ୍ଲାର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଜଣାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ସମସ୍ତ ନୂଆ ଆକ୍ରାନ୍ତ କଟିକଟା କଣ୍ଟେନମେଣ୍ଟ ଯୋନର ବାସିନ୍ଦା । ସେମାନେ ପଶ୍ଚିମବଙ୍ଗରୁ ଫେରିଥିବା ଓ ପୂର୍ବରୁ ଚିନ୍ହଟ ହୋଇଥିବା ରୋଗୀଙ୍କ ସମ୍ପର୍କରେ ଆସିଥିଲେ ।

ଏବେ ରାଜ୍ୟର ମୋଟ କୋଭିଡ-୧୯ ପଜିଟିଭଙ୍କ ସଂଖ୍ୟା ୧୪୨ କୁ ବୃଦ୍ଧି ପାଇଛି । ୩୯ ଜଣ ସୁସ୍ଥ ହୋଇଥିଲା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୧୦୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *