ବୋଦା ବଳି ପକେଇବାକୁ ଯାଇ ନିଜେ ବଳିର ଶିକାର ହେଲେ ଯୁବକ

ମାନସିକ ଥିଲା ବୋଦା ବଳି ଦେବେ, ହେଲେ କରୋନା କଟକଣା ରୁ ଏହାକୁ ବିରୋଧ କଲେ ମନ୍ଦିର ପୂଜକ, ଆଉ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ହେଲା ବଚସା ଓ ମାଡ ମରାମାରୀ ଶେଷରେ ପୂଜକ ଉତକ୍ଷିପ୍ତ ହୋଇ ଯୁବକକୁ ବଳି ଅସ୍ତ୍ର ସାହାଯ୍ୟରେ ଗଣ୍ଡି ମୁଣ୍ଡ ଅଲଗାକରିଦେଲେ ମନ୍ଦିର ର ବୃଦ୍ଧ ପୂଜକ, ଏଭଳି ଜଘନ୍ୟ ହତ୍ୟା କାଣ୍ଡ ଘଟିଯାଇଛି କଟକ ଜିଲ୍ଲା ନରସିଂହପୁର ବନ୍ଧ ହୁଡ଼ା ଗ୍ରାମ ବ୍ରାହ୍ମଣୀଦେଇ ମନ୍ଦିରର ପରିସରରେ, ଗ୍ରାମ ମୁଣ୍ଡରେ ଥିବା ମା ବ୍ରାହ୍ମଣିଦେଇ ମନ୍ଦିରର ତଳେ ରହିଥିବା ବିଶ୍ରାମଗାରରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା। ତେବେ ଏହା ଏକ ପୁର୍ବଶତ୍ରୁତାକୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି।

ମୃତ ସରୋଜ

ଶତ୍ରୁତା ପାଇଁ ଗଣ୍ଡି ମୁଣ୍ଡ ଅଲଗା କଲା ମନ୍ଦିର ପୂଜକ

ହତ୍ୟାକାରୀ ପୂଜକ

ବ୍ରାହ୍ମଣିଦେଇ ମନ୍ଦିରର ପୁଜକ ସଂସାରୀ ଓଝା ବନ୍ଧହୁଡ଼ା ଗ୍ରାମର ସରୋଜ ପ୍ରଧାନ ଙ୍କ ମଧ୍ୟରେ ବଗିଚା କୁ ନେଇ ଶତ୍ରୁତା ଲାଗିରହିଥିଲା । ସରୋଜ କୌଣସି ମାନସିକ ପାଇଁ ମନ୍ଦିରରେ ବୋଦା ବଳି ଦେବାକୁ ମାନସିକ କରିଥିଲା । ସରକାରଙ୍କ କଟକଣା ଯୋଗୁ ବୋଦାବଳୀ ଦେଈହବନାଇଁ ବୋଲି ମନ୍ଦିର ପୂଜକ ମନାକରିଦେଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରେ ପାଟିତୁଣ୍ଡ ହୋଇଥିଲା । ବିଳମ୍ବିତ ରାତିରେ ପୁନର୍ବାର ଏହି ବଳିକୁ ନେଇ ଉଭୟଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା । ସରୋଜ ପୂଜାରୀକୁ ଆକ୍ରମଣ କରିବାରୁ ବୃଦ୍ଧ ପୂଜାରୀ ବଳି ଦିଆଯାଉଥିବା ଅସ୍ତ୍ର କୁ ଆଣି ସରୋଜ କୁ ଛୋଟ ପକାଇବାରୁ ତାର ଗଣ୍ଡି ମୁଣ୍ଡ ଆଲଗା ହୋଇଯାଇଥିଲା । ତେବେ ଏହିଘଟଣାକୁ ନେଇ ଗ୍ରାମର ସରୋଜ ପ୍ରଧାନ (୫୫)କୁ ପୁଜକ ସଂସାରି ଓଝା (୭୨) ନରବଳୀ ଦେଇଥିବା ସବୁଆଡେ ପ୍ରଚାର ହୋଇଛି ।

ଖବର ପାଇ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ବିଳମ୍ବିତ ରାତ୍ରିରେ ପହଞ୍ଚି ସବ ଜବତ କରିଚି । ଆଜି ସକାଳୁ ସାଇଣ୍ଟିଫିକ ଟିମ ଦ୍ୱାରା ଘଟଣାର ତଦନ୍ତ କରିଛନ୍ତି । ହତ୍ୟାକାଣ୍ଡ ପରେ ପୂଜକ ଥାନାରେ ଆତ୍ମସମର୍ପଣ କରିଚି ଫ ରେନସିକ ଟିମ କଟକକୁ ଘଟଣାସ୍ଥଳକୁ ଡକାଇଥିଲେ । ଏହି ଘଟଣା ସଂପର୍କରେ ପୁଜକକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ଲେଙ୍କା ସୁଚନା ଦେଇଛନ୍ତି । ବ୍ରାହ୍ମଣିଦେଇ ମନ୍ଦିରର ପୁଜକ ଏହି କାଣ୍ଡ ଘଟାଇ ନରସିଂହପୁର ଥାନାରେ ପହଞ୍ଚି ମନ ଗଢ଼ା କାହାଣୀ କହିଛି ଯେ ୪ ଦିନ ତଳେ ତାଙ୍କୁ ମା’ ମଙ୍ଗଳାଙ୍କ ସ୍ୱପ୍ନାଦେଶ ହୋଇଥିଲା । କରୋନା ମହାମାରୀକୁ ଦୂର କରିବା ପାଇଁ ନରବଳୀ ପ୍ରଦାନ କଲେ ଏ ଅଞ୍ଚଳ କରୋନା ମୁକ୍ତ ହୋଇପାରିବ । ଏଣୁ ମୁଁ ନରବଳୀ ଦେଇଛି ବୋଲି କହି ସେହି ସ୍ଥାନରେ ଅଚେତ ପଡିଯାଇଥିଲେ । ହତ୍ୟା କାଣ୍ଡ କୁ ଭିନ୍ନ ରୂପ ଦେବାପାଇଁ ପୂଜକ ଏଭଳି କାଳ୍ପନିକ କାହାଣୀ କହୁଥିବା ସ୍ଥାନୀୟ ଅଂଚଳରେ ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *