ଜାଣନ୍ତୁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନରେ କ’ଣ କୋହଳ ହେଲା

ଭୁବନେଶ୍ୱର : ଦେଶରେ ଲାଗୁ କରାଯାଇଥିବା ଲକଡାଉନ ଆସନ୍ତାକାଲି (14 ଅପ୍ରେଲ) ଶେଷ ହେବ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ଅପ୍ରେଲ 15 ରୁ ଆରମ୍ଭ ହୋଇ ଅପ୍ରେଲ 30 ପର୍ଯ୍ୟନ୍ତ ଚାଲିବ । ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନର ରୂପରେଖ କିଭଳି ରହିବ ଓ କେଉଁ ସବୁ କ୍ଷେତ୍ରକୁ କୋହଳ କରାଯିବ ସେନେଇ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହିସ କୋହଳ ନିୟମ କେବଳ ବିନା କଣ୍ଟେନମେଣ୍ଟ ଯୋନ ପାଇଁ ଲାଗୁ ହେବ। ଏଥିରେ କୃଷିକାର୍ଯ୍ୟକୁ ବିଶେଷ ଭାବେ କୋହଳ କରାଯାଇଛି। ଆସନ୍ତୁ ଜାଣିବା କେଉଁସବୁ କ୍ଷେତ୍ରକୁ କୋହଳ କରାଗଲା
ଧାନଚାଷ କାର୍ଯ୍ୟ, ସାର ଓ ବିହନ ପରିବହନ ହୋଇପାରିବ
ଚାଷକାର୍ଯ୍ୟରେ ଟ୍ରାକ୍ଟର ବ୍ୟବହାର ହୋଇ ପାରିବ
କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି ପାଇଁ ଅନୁମତି
ଶୀତଳ ଭଣ୍ଡାର ଚାଲିବ
ଧାନ ସଂଗ୍ରହ ପାଇଁ କିଛି ଜିଲ୍ଲାରେ ମଣ୍ଡି ଖୋଲା ରହିବ ।
ଧାନ ପରିବହନ ପାଇଁ ରୋକ ନାହିଁ
ଦୁଗ୍ଧ, ମାଛ, ମାଂସ, ଅଣ୍ଡା ପରିବହନ ଓ ବିକ୍ରୟ ହେବ
ମାଛ ଚାଷକାର୍ଯ୍ୟ ଓ ସାମୁଦ୍ରିକ ମାଛଧରା କାର୍ଯ୍ୟକୁ ଅନୁମତି
ମନରେଗା, ସ୍ଵଛ ଭାରତ, ବିଜୁ ପକ୍କାଘର ଯୋଜନାରେ କାମ ଚାଲୁ ହେବ
କେନ୍ଦୁପତ୍ର ତୋଳା ଯାଇପାରିବ
ଲଘୁ ବନଯାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟକୁ ଅନୁମତି
ଇ-କମର୍ସ ଜରିଆରେ ଜିନିଷପତ୍ର ମଗାଇହେବ
ଢ଼ାବାଗୁଡିକ ଖୋଲା ରହିବ। ମାତ୍ର ଆପଣ ସେଠାରେ ବସି ଖାଇପାରିବେ ନାହିଁ । ଖାଦ୍ୟକୁ ଆପଣ ପାରସଲ ନେଇପାରିବେ
ଖାଦ୍ୟ ହୋମ ଡେଲିଭରି କାର୍ଯ୍ୟ ଚାଲୁ ହୋଇପାରିବ

ଯଦି ଆପଣ ବିନା କଣ୍ଟେନମେଣ୍ଟ ଯୋନରେ ଏହିସବୁ କାର୍ଯ୍ୟକ୍ଷେତ୍ରରେ କାମ କରୁଛନ୍ତି ତାହେଲେ ଆପଣ ଏପ୍ରିଲ 15 ଠାରୁ ଏହିସବୁ କାମ କରିପାରିବେ ।

Leave a Reply

Your email address will not be published. Required fields are marked *