ରାଜଧାନୀରେ ନବ ବିବାହିତ ଦମ୍ପତ୍ତିଙ୍କ ଶବ ଉଦ୍ଧାର

ଭୁବନେଶ୍ୱର : ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ ଏକ ନବ ବିବାହିତ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇଜଣ ରାଜଧାନୀର ଓଲଡ଼ଟାଉନ କେଉଟ ସାହି ଅଞ୍ଚଳରେ ରହୁଥିଲେ । ମୃତ ପୁରୁଷ ଜଣେ ଖବରକାଗଜ ହକର ଥିଲେ ବୋଲି ସୂଚନା ମିଳିଛି ।

ଗତକାଲି ସେମାନେ ମନ୍ଦିର ଯାଇଥିଲେ ଓ ଖୁସିରେ ଥିଲେ ବୋଲି ପଡ଼ୋଶୀମାନେ କହୁଛନ୍ତି । ମାତ୍ର ଆଜି ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେମାନଙ୍କ ଘରର କବାଟ ଖୋଲା ନହେବାରୁ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଲିଙ୍ଗରାଜ ପୋଲିସ ଖବର ପାଇ ଦୁଇଟି ମୃତଦେହ ଉଦ୍ଧାର କରିଛି ।

Leave a Reply

Your email address will not be published. Required fields are marked *