ପରଲୋକରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ

ଭୁବନେଶ୍ୱର/ଜଗତସିଂହପୁର : ତିର୍ତ୍ତୋଲ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଓ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଉକ୍ତ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।

ବିଷ୍ଣୁ ଦାସ ଛାତ୍ର ଜୀବନରୁ ନିଜ ରାଜନୀତି କ୍ୟାରିଅର ଆରମ୍ଭ କରି ପ୍ରଥମ ଥର ପାଇଁ 1990 ମସିହାରେ ଜନତା ଦଳ ଟିକେଟରେ ଜଗତସିଂହପୁର ଆସନରୁ ବିଧାୟକ ହୋଇଥିଲେ । ସେ 5ଥର ଜଗତସିଂହପୁର ଆସନ ଓ ଥରେ ତିର୍ତ୍ତୋଲ ଆସନରୁ ବିଧାୟକ ହୋଇଥିଲେ । ସେ ଥରେ ରାଜ୍ୟସଭା ସାଂସଦ ଥିଲେ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ମଧ୍ୟ ଥିଲେ ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ପ୍ରଣବ ପ୍ରକାଶ ଦାସ ତଥା ରାଜ୍ୟର ଅନେକ ନେତା ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *