ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୧୭ ହଜାର କୋଟି ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଭିଡ଼ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ଜୀବିକା ଖସଡ଼ାକୁ ଅନୁମୋଦନ ମିଳିଛି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଲକଡାଉନ ପାଇଁ ଅର୍ଥନୀତି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୧୭ହଜାର କୋଟି ଟଙ୍କା କ୍ୟାବିନେଟ ମଞ୍ଜୁର ହୋଇଛି । ୨୦୨୦ ଜୁନ ମାସରୁ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ।

କ୍ୟାବିନେଟ ନିଷ୍ପତ୍ତି

  • ଚାଷର ଉନ୍ନତି ପାଇଁ ୨ଶହ କୋଟି ଟଙ୍କାର ସହାୟତା ଘୋଷଣା
  • ୨୪.୫୬ ଲକ୍ଷ ଚାଷୀ ହେବେ ଉପକୃତ
  • ୫ଲକ୍ଷ ପରିବା ଚାଷୀଙ୍କୁ ମଞ୍ଜି ଯୋଗାଇ ଦିଆଯିବ
  • କୃଷି, ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୩୭୩.୭୦କୋଟି ଟଙ୍କା ଘୋଷଣା
  • ୪ହଜାର ପାନ ଚାଷୀଙ୍କୁ ୧୬କୋଟିର ସହାୟତା ମିଳିବ

Leave a Reply

Your email address will not be published. Required fields are marked *