ସମୁଦ୍ର ଭିତରେ ଦୁର୍ବଳ ହେଉଛି ମହାବାତ୍ୟା ଅମ୍ଫାନ

ଭୁବନେଶ୍ୱର : ଓଡ଼ିଶାରେ କରୋନା ମହାମାରୀ ସହ ଅମ୍ଫାନ ମହାବାତ୍ୟା ବର୍ତ୍ତମାନ ଭୟର ବାତାବରଣ ଖେଳାଇ ଦେଇଛି । ତେବେ ଅମ୍ଫାନ ସମୁଦ୍ର ମଧ୍ୟରେ ମହାବାତ୍ୟାର ରୂପ ନେବାପରେ ବର୍ତ୍ତମାନ ଏହା କ୍ରମଶଃ ଦୁର୍ବଳ ହେବାନେଇ ସୂଚନା ଦେଇଛନ୍ତି ଆଇ.ଏମ.ଡି ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ମହାବାତ୍ୟା ଅମ୍ଫାନ ଏବେ ଓଡ଼ିଶାର ପାରାଦୀପ ଠାରୁ ୫୨୦ କିମି ଏବଂ ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କିମି ଦୂରରେ ରହିଛି । ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି । ତେବେ ଏହା ଜଳଭାଗ ମଧ୍ୟରେ କ୍ରମଶଃ ଦୁର୍ବଳ ହେଉଛି । ପଶ୍ଚିମବଙ୍ଗର ସୁନ୍ଦରବନରେ ଅମ୍ଫାନର ଲ୍ୟାଣ୍ଡଫଲ ହେବ ବୋଲି ପୂର୍ବରୁ ସୂଚନା ମିଳିଥିଲା ।

Leave a Reply

Your email address will not be published. Required fields are marked *